ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣା: ମୃତକଙ୍କ ପରିବାରକୁ ମିଳିବ ୮ ଲକ୍ଷ ଟଙ୍କାର ସହାୟତା; ଗୁରୁତର ଆହତଙ୍କୁ ୪ ଲକ୍ଷ

0

ରାଜଧାନୀ ଭୁବନେଶ୍ୱରର ରାଜଭବନ ଛକ ନିକଟରେ ଥିବା ପେଟ୍ରୋଲ୍‌ ପମ୍ପରେ ଗତକାଲି ଘଟିଥିବା ବିସ୍ଫୋରଣ ଘଟଣାରେ ଅନୁକମ୍ପାମୂଳକ ସହୟତା ରାଶି ଘୋଷଣା କରିଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍। ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି କି ମୃତକଙ୍କ ପରିବାର ଲୋକଙ୍କୁ ୮ ଲକ୍ଷ ଟଙ୍କାର ସହାୟତା ମିଳିବ। ସେହିପରି ଗୁରୁତର ଆହତମାନଙ୍କୁ ୪ ଲକ୍ଷ ଟଙ୍କା ଓ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ନିର୍ଦ୍ଦେଶ ପାଇବା ପରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ୍‌) ଏହି ଘୋଷଣା କରିଛି। ଏଯାବତ୍ ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ହୋଇ କଟକ ବଡ଼ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ କେତେ ଜଣ ମୃତାହତ ହୋଇଛନ୍ତି ତାର ସ୍ପଷ୍ଟ ତଥ୍ୟ ଜଣାପଡ଼ିନାହିଁ।
ପେଟ୍ରୋଲ୍‌ ଟାଙ୍କି ଅଗ୍ନିକାଣ୍ଡ ଘଟଣାରେ ଜଣେ ନିରୁଦ୍ଦିଷ୍ଟ ଥିବା କଥା ପ୍ରକାଶ କରିଛନ୍ତି ପୁଲିସ୍‌ କମିସନର ଡ.ସୁଧାଂଶୁ ଷଡ଼ଙ୍ଗୀ। ଆଜି ଘଟଣା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ‌ଯେ ଦୁର୍ଘଟଣା ସମୟରେ ପେଟ୍ରୋଲ ଟାଙ୍କିରେ ୪ ଜଣ କାମ କରୁଥିଲେ। ଏହି କର୍ମଚାରୀମାନଙ୍କୁ ଇଣ୍ଡିଆନ୍ ଅଏଲ୍ ପକ୍ଷରୁ ନିୟ‌ୋଜିତ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ଆଜି କଟକ ଏସ୍‌ସିବିରେ ମୃତ୍ୟୁ ମୁଖରେ ପଡ଼ିଥିବା ବେଳେ ଅନ୍ୟ ଜଣେ ଚିକିତ୍ସତ ହେଉଛନ୍ତି। ସେହିଭଳି ଆଉ ଜଣେ ସୁରକ୍ଷିତ ଥିବା ବେଳେ ପୁଲିସ ତାଙ୍କ ସହ ଯୋଗାଯୋଗରେ ରହିଥିବା କମିସନର ପ୍ରକାଶ କରିଛନ୍ତି। ତେବେ ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କର ପତ୍ତା ମିଳୁନାହିଁ। ତେଣେ ପୁଲିସ ତାଙ୍କୁ ନିରୁଦ୍ଦିଷ୍ଟ ବୋଲି ଗ୍ରହଣ କରିଛି।

Leave A Reply

Your email address will not be published.

eighteen − 10 =