ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଛଅ ବର୍ଷ ଝିଅର ମୃତ୍ୟୁ

0

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ଚଳନପଡ଼ା ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରେ ଏକ ଛଅ ବର୍ଷ ଝିଅର ମୃତ୍ୟୁ ଅଭିଯୋଗ ହୋଇଛି । ମୃତକଙ୍କ ନା ବର୍ଷା ଖଳସେ। ତାଙ୍କ ବାପା ଡାକ୍ତର ଖଳସେ ଝୋଳପଥର ଗାଁର ବୋଲି ଜଣାପଡ଼ିଛି । ଗତ ୩ ତାରିଖରେ ତେଲେଙ୍ଗାନାରୁ ଟ୍ରେନ ଯୋଗେ ବାହାରି ୪ ତାରିଖ ନୂଆପଡ଼ାରେ ପହଞ୍ଚିଥିଲେ। ସେଠୁ ୫ ତାରିଖ ଦିନ ଚଳନପଡ଼ା ଅସ୍ଥାୟୀ ସଙ୍ଗରୋଧ କେଦ୍ରରେ ପହଞ୍ଚିଥିଲେ । ତେଲେଙ୍ଗାନାରୁ ବାହାରିବା ଦିନଠାରୁ ବର୍ଷାଙ୍କର ଜ୍ୱର ଓ ଝାଡ଼ା ହେଉଥିବା ବେଳେ ଖଡ଼ିଆଳ ପହଞ୍ଚିବା ପରେ ଚିକିତ୍ସା ପାଇଁ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରର ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ । ଦାୟିତ୍ୱରେ ଥିବା ନୋଡାଲ ଅଫିସର କୁନ୍ତୀ ସତନାମୀ ଓ ସରପଞ୍ଚ ଗିରିଶ ପଣ୍ଡାଙ୍କୁ ବାରମ୍ବାର ଝିଅ ଅସୁସ୍ଥ ଥିବା କଥା ଜଣାଇଥିଲେ ହେଲେ ସେଦୁହେଁ କିଛି ବ୍ୟବସ୍ଥା କରି ନ ଥିବାରୁ ନାବାଳିକାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପିତା ଡାକ୍ତର ଖଳସେ।

Leave A Reply

Your email address will not be published.

four × two =