ନାଳରେ ଭାସିଗଲା ୬ ବର୍ଷର ଶିଶୁପୁତ୍ର

0

ଯାଜପୁର ଜିଲ୍ଲାର ଆଜି ଦୁଇଟି ଅଘଟଣ ଘଟିଛି।  ପ୍ରଥମ ଘଟଣା ଧର୍ମଶାଳା ଥାନା ଅଂଚଳରେ ଏବଂ ଅନ୍ୟଟି ମଙ୍ଗଳପୁର ଅଧିନରେ ଘଟିଥିବା ଜଣାପଡ଼ିଛି। ୬ ବର୍ଷର ଶିଶୁପୁତ୍ର ସତ୍ୟପ୍ରକାଶ ସାହୁ ନାଳରେ ବୁଡ଼ିଯାଇ ନିଖୋଜ ଥିବା ବେଳେ ୧୫ ବର୍ଷର ବାଳିକା ନିହାରିକା ଜେନା କୂଅରେ ପଡ଼ି ମୃତ୍ୟୁ ହୋଇଛି।

ସୂଚନା ଅନୁସାରେ ଦଶରଥପୁର ବ୍ଲକର ମଙ୍ଗଳବାର ଅନ୍ତର୍ଗତ ବିହାରୀ ପଂଚାୟତ ଅପର ସାଉଁଣ୍ଡି ଗ୍ରାମର ବିଦ୍ୟାଧର ସାହୁଙ୍କ ପୁଅ ସତ୍ୟପ୍ରକାଶ ଆଜି ଘର ଦାଣ୍ଡରେ ଖେଳୁଥିବା ସମୟରେ ରାହସୋଇ ନିକଟସ୍ଥ ନଡ଼କା ନାଳରେ ବୁଡି ଯାଇଥିଲ। ପରେ ଘର ଲୋକେ ବହୁ ଖୋଜା ଖୋଜି କରି ନପାଇବାରୁ ଓଡ୍ରାଫ ଟିମକୁ ଜଣାଇଥିଲେ। ସୂଚନା ମିଳିବା ପରେ ଘଟଣାସ୍ଥଳରେ ଓଡ୍ରାପ ଟିମି ପହଞ୍ଚି ଦୀର୍ଘ ସମୟ ପର୍ଯ୍ୟନ୍ତ ଖୋଜାଖୋଜି ପରେ ବି ଶିଶୁପୁତ୍ରର କୌଣସି ପତ୍ତା ମିଳିନାହିଁ।

Leave A Reply

Your email address will not be published.

eleven + 4 =