ଭୁବନେଶ୍ୱରରୁ ଚିହ୍ନଟ ହେଲେ ୪ ପଜିଟିଭ

0

ରାଜ୍ୟରେ ନୂତନ ୧୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରୁ  ୪ ଜଣ ଅଛନ୍ତି। ଭୁବନେଶ୍ୱର ମହାନିଗର ନିଗମ(ବିଏମ୍‌ସି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୪ ଜଣଙ୍କ ମଧ୍ୟରୁ ୩ ଯୁବକ ଓ ଜଣେ ଯୁବତୀ । ଆକ୍ରାନ୍ତ ସମସ୍ତ ୪ ଜଣ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଆକ୍ରାନ୍ତ ଚନ୍ଦ୍ରଶେଖରପୁରର ୨୮ ବର୍ଷୀୟ ଯୁବକ ହାଇଦ୍ରାବାଦରୁ ଫେରିଥିଲେ । ଏହାବ୍ୟତୀତ ଡୁମୁଡୁମାର ୨୯ ବର୍ଷୀୟ ଆକ୍ରାନ୍ତ ଯୁବକ ଦିଲ୍ଲୀରୁ ଫେରିଥିଲେ । ଅନ୍ୟ ୨ ଜଣ ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି।

Leave A Reply

Your email address will not be published.