ଛାତ ଭୁଶୁଡ଼ି ଗୋଟିଏ ପରିବାରର ୪ ମୃତ

0

ଚଣ୍ଡିଗଡ଼ : ପଞ୍ଜାବର ପଟିଆଲା ଜିଲ୍ଲା ଅନ୍ତର୍ଗତ ମାତାଉଲି ଗ୍ରାମରେ ଘରର ଛାତ ଭୁଶୁଡି ପଡିବାରୁ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଆହତ ହୋଇଥିବା ଜଣାପଡିଛି । ରାତିରେ ସମସ୍ତେ ଶୋଇଥିବାବେଳେ ପ୍ରବଳ ବର୍ଷା ଯୋଗୁଁ ଘରର ଛାତ ହଠାତ ଭୁଶୁଡି ପଡିଥିଲା । ଘଟଣାରେ ଗୃହକର୍ତ୍ତା, ପୁଅ ଓ ଦୁଇ ଝିଅଙ୍କର ମୃତ୍ୟୁ ଘଟିଥିବାବେଳେ ପତ୍ନୀ ଆହତ ହୋଇଛନ୍ତି । ପତ୍ନୀଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.

six + eleven =