ଜୁଲାଇ ରୁ ଆରମ୍ଭ ହୋଇସାରିଛି ତୃତୀୟ ଲହର

0

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେବ ଦେଶରେ କୋରୋନା ତାର କାୟା ବିସ୍ତାର କରି ଚାଲିଛି । ପାଳି କରି ଆସୁଛି କୋରୋନା ଲହର । ପ୍ରଥମ ପରେ ଦ୍ବିତୀୟ ଏବେ ପୁଣି ତୃତୀୟ ! ଭାରତରେ କୋଭିଡ ର ତୃତୀୟ ଲହର ଜୁଲାଇ 4ରୁ ଆରମ୍ଭ ହୋଇସାରିଛି ବୋଲି ହାଇଦ୍ରାବାଦର ଜଣେ ବରିଷ୍ଠ ଗବେଷକ ମତ ଦେଇଛନ୍ତି ।

ଜୁଲାଇ 4 ପରଠାରୁ କୋଭିଡ-19ର ତୃତୀୟ ଲହର ସୃଷ୍ଟି ହୋଇଯାଇଛି ବୋଲି ବିଶିଷ୍ଟ ପଦାର୍ଥବିଜ୍ଞାନୀ ତଥା ହାଇଦ୍ରାବାଦ ବିଶ୍ବ ବିଦ୍ୟାବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡ. ବିପିନ ଶ୍ରୀବାସ୍ତବ କହିଛନ୍ତି । ଡ. ଶ୍ରୀବାସ୍ତବ ଚେତାବନୀ ଦେଇଛନ୍ତି ଯେ, ଲୋକମାନେ ଯଦି କୋରୋନା ନିୟମ ଯେପରି ମାସ୍କ ପିନ୍ଧିବା, ହାତ ଧୋଇବା,ସାମାଜିକ ଦୂରତା ରକ୍ଷା କରିବା ଆଦି ପାଳନ ନ କରନ୍ତି ତେବେ ଏହି ତୃତୀୟ ଲହର ଖୁବଶୀଘ୍ର ସଂକ୍ରମଣ ଗତିକୁ ବଢାଇଦେଇପାରେ ।ସେ 461 ଦିନରେ କୋଭିଡ ଜନିତ ମୃତ୍ୟୁ ସମ୍ପର୍କିତ ତଥ୍ୟ ବିଶ୍ଳେଷଣ କରି ମାହାମାରୀର ଅଗ୍ରଗତି ବିଷୟରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ସେହି ରିପୋର୍ଟରୁ ନୂତନ ଲହର ଆରମ୍ଭ ହୋଇଯାଇଥିବା ଲକ୍ଷଣ ଦେଖାଯାଉଥିବା କହିଛନ୍ତି । ସେ ଏହି ରିପୋର୍ଟର ନାଁ ଦେଇଛନ୍ତି ‘ଡେଲି ଡେଥ୍ ଲୋଡ୍’ ।
କୋଭିଡ-19 ଗତିପଥର ହିସାବ କରିବା ପାଇଁ ସେ ପ୍ରତି 24 ଘଣ୍ଟାରେ ମୃତ୍ୟୁ ଓ ନୂଆ ସଂକ୍ରମଣର ଅନୁପାତକୁ ନେଇ ବିଶ୍ଲେଷଣ କରିଥାନ୍ତି । ଡିଡିଏଲରେ ଘନ ଘନ ପରିବର୍ତ୍ତନ ଘଟୁଛି । ଯେଉଁଥିରୁ ତୃତୀୟ ଲହର ଆରମ୍ଭ ହୋଇଯାଇଥିବା ସୂଚନା ଦେଇଛନ୍ତି ଗବେଷକ ଡ. ବିପିନ ଶ୍ରୀବାସ୍ତବ । ବର୍ତ୍ତମାନ ଏବେ କବେଳ ସଚେତନତା ହିଁ ସାହା । ଟିକେ ଢିଲାପଣ ବିପଦ ସୃଷ୍ଟି କରିପାରେ । ବେପରୁଆ ନ ହେବାକୁ ଚେତାବନୀ ଦେଇଛି ଆଇଏମଏ । ନିୟମ ପାଳନ ହିଁ ମାହାମାରୀରୁ ରକ୍ଷା କରିବ ।

Leave A Reply

Your email address will not be published.

2 × 1 =