‘ମନ୍ କି ବାତ୍’ ରୁ ୩୧ କୋଟି ରାଜସ୍ବ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଜରିଆରେ ମିଳିଛି ୩୧ କୋଟି ଟଙ୍କାର ରାଜସ୍ବ । ଏହି କାର୍ଯ୍ୟକ୍ରମ ୨୦୧୪ରୁ ବର୍ତ୍ତମାନସୁଦ୍ଧା ୩୦.୮୦ କୋଟି ଟଙ୍କାର ରାଜସ୍ବ ପ୍ରାପ୍ତ ହୋଇଥିବା ସୋମବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ।

କେବଳ 2017-18ରେ ୧୦.୬୪ କୋଟି ଟଙ୍କା ରାଜସ୍ବ ମିଳିଥିଲା । ପ୍ରତ୍ୟେକ ମାସ ଶେଷ ରବିବାର ଦିନ ୧୧ଟାରେ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନରେ ପ୍ରସାରିତ ହୁଏ ‘ମନ କି ବାତ’ କାର୍ଯ୍ୟକ୍ରମଣ ।ଏବେସୁଦ୍ଧା ପ୍ରସାର ଭାରତୀ ଅଲ ଇଣ୍ଡିଆ ରେଡିଓ ଓ ଦୁରଦର୍ଶନ ନେଟୱାର୍କରେ ‘ମନ କି ବାତ’ କାର୍ଯ୍ୟକ୍ରମର ୭୮ଟି ଏପିସୋଡ ପ୍ରସାରିତ କରିସାରିଛି । ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହୋଇଛି । ଏନେଇ ରାଜ୍ୟସଭାରେ ଉତ୍ତର ରଖିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ।ଏହି କାର୍ଯ୍ୟକ୍ରମ ପ୍ରାୟ 91ଟି ବେସରକାରୀ ସାଟେଲାଇଟ ଟିଭି ଚ୍ୟାନେଲ ଦ୍ବାରା କେବୁଲ ଏବଂ DTH ପ୍ଲାଟଫର୍ମରେ ପ୍ରସାରିତ ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରଣାଳୟ ଏହାର ଉତ୍ତରରେ କହିଛି, ଏହି କାର୍ଯ୍ୟକ୍ରମ 2014-15 ରେ 1.16 କୋଟି, 2015-16 ରେ 2.81 କୋଟି, 2016-17 ରେ 5.14 କୋଟିରୁ ଅଧିକ ଏବଂ 2017-18 ରେ 10.64 କୋଟିରୁ ଅଧିକ ଟଙ୍କା ରାଜସ୍ବ ହାସଲ କରିଛି ।

Leave A Reply

Your email address will not be published.

4 × 3 =