ରାଜ୍ୟରେ ଆଜି ୩୦୮୭ ନୂଆ ସଂକ୍ରମିତ ଚିହ୍ନଟ

0

ଭୁବନେଶ୍ୱର: ଦେଶରେ ଏବେ କରୋନା ସଂକ୍ରମଣ ହ୍ରାସ ପାଉଛି । ମାତ୍ର ରାଜ୍ୟରେ ଏବେ ବି ସଂକ୍ରମଣ ଜାରି ରହିଛି । ପ୍ରତିଦିନ ରାଜ୍ୟରେ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟରେ ୩୦୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ତେବେ ଚିହ୍ନଟ ବ୍ୟକ୍ତିଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୭୫ ଓ ସ୍ଥାନୀୟ ଅଞ୍ଚଳରୁ ୧୩୧୨ ଜଣ ଥିବା ଜଣାପଡିଛି ।


ଫଳରେ ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୨ ହଜାର ୮୮୭ରେ ପହଞ୍ଚିଛି ।
ଅନ୍ୟପଟେ ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୪୦ ରହିଥିବା ବେଳେ ୩୧ ହଜାର ୨୩୧ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୮୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 

 

Leave A Reply

Your email address will not be published.

twenty + 4 =