ଆଜିଠୁ +୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା

0

ଆଜିଠୁ ଆରମ୍ଭ ହେଉଛି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଯୁକ୍ତ ତିନି ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ ସରକାର ପରୀକ୍ଷା ପରିଚାଳନା କରିବେ ।
କିଛି ଶିକ୍ଷାନୁଷ୍ଠାନ ଅନଲାଇନ୍ ଯୋଗେ ପରୀକ୍ଷା କରୁଥିବା ବେଳେ କିଛି ଅଫ୍‌ଲାଇନ୍ ଯୋଗେ ପରୀକ୍ଷା କରୁଛନ୍ତି । ସେହିପରି ଉଭୟ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍ ଯୋଗେ ପରୀକ୍ଷା କରିବାକୁ ମଧ୍ୟ କିଛି ଶିକ୍ଷାନୁଷ୍ଠାନ ନିଷ୍ପତ୍ତି ନେଇଛନ୍ତି। କରୋନା କଟକଣା ଭିତରେ ପରୀକ୍ଷା କରାଯିବ।
ଅକ୍ଟୋବର ୧୦ ସୁଦ୍ଧା ଏ ସମସ୍ତ ପରୀକ୍ଷା ଶେଷ ହେବ ବୋଲି ଉଚ୍ଚ ଶିକ୍ଷାବିଭାଗ ଘୋଷଣା କରିଛି। ପୂର୍ବରୁ ରାଜ୍ୟ ସରକାର କରୋନା ପାଇଁ ଶେଷ ସେମିଷ୍ଟର ପରୀକ୍ଷା ନ କରିବାକୁ ନିଷ୍ପତ୍ତି ନେଇଥିଲେ ।

Leave A Reply

Your email address will not be published.

four × 5 =