ପ୍ରଶିକ୍ଷଣ ବେଳେ ଖସିପଡ଼ିଲା ବିମାନ, 2 ମୃତ

0

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ବିରାଶାଳ ଏୟାରଷ୍ଟ୍ରିପରେ ତାଲିମ ଚାଲିଥିବାବେଳେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇଜଣ ପ୍ରାଣ ହରାଇଛନ୍ତି ।  ପ୍ରଶିକ୍ଷକ ପାଇଲଟଙ୍କ ସହ ପ୍ରଶିକ୍ଷଣ ନେଉଥିବା ଜଣେ ଛାତ୍ରୀଙ୍କର ମୃତ୍ୟୁ ଘଟିଛି  । ଦୁର୍ଘଟଣା ପରେ ଉଭୟଙ୍କୁ କାମାକ୍ଷାନଗର ମେଡିକାଲ ଅଣାଯାଇଥିଲେ ବି ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କାମାକ୍ଷାନଗରରେ ଥିବା ସରକାରୀ ଉଡାଣ ପ୍ରଶିକ୍ଷଣ କେନ୍ଦ୍ର ଅଧିନସ୍ଥ ବିରାଶାଳ ଏୟାରଷ୍ଟ୍ରିପରେ ଏହି ଦୁର୍ଘଟଣା ଘଟିଛି।  ଘଟଣା ସଂପର୍କରେ ସବିଶେଷ ବିବରଣୀକୁ ଅପେକ୍ଷା କରାଯାଇଛି।

Leave A Reply

Your email address will not be published.