୨୩ରେ ମାୟାବତୀଙ୍କ ବ୍ରାହ୍ମଣ ସମ୍ମିଳନୀ, ଜାଣନ୍ତୁ କ’ଣ

0

ୟୁପି: ଆସନ୍ତା ଜୁଲାଇ ୨୩ ତାରିଖରେ ବହୁଜନ ସମାଜପାର୍ଟି (ବିଏସପି) ବ୍ରାହ୍ମଣ ସମ୍ମିଳନୀ କରିବାକୁ ଯାଉଛି । ପାର୍ଟିର ଅଧ୍ୟକ୍ଷା ତଥା ନେତ୍ରୀ ସୁଶ୍ରୀ ମାୟାବତୀ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ ବ୍ରାହ୍ମଣ ସମାଜ ବିଜେପିକୁ ସମର୍ଥନ କରିଥିଲେ । ତେବେ ସରକାର ସେମାନଙ୍କୁ ଧୋକା ଦେଇଛନ୍ତି । ଏଣୁ ରାଜ୍ୟରେ ବ୍ରାହ୍ମଣ ସମାଜ ଏବେ ଦୁଃଖିଥିବା ମାୟାବତୀ କହିଛନ୍ତି । ଉତ୍ତରପ୍ରଦେଶର ଦଳିତଙ୍କ ଲାଗି ସେ ନିଜକୁ ଗର୍ବିତ ମନେ କରନ୍ତି ବୋଲି କହିଛନ୍ତି । ହେଲେ ସେମାନଙ୍କୁ ଏବେ ଲୋକେ ଠିକ ଚିହ୍ନି ଗଲେଣି । ବିଜେପି ଦଳିତଙ୍କ ଭୋଟ ହାତେଇବା ଲାଗି ଖୁବ ଖେଚେଡି ଖୁଆଉଛି ହେଲେ ଦଳିତଙ୍କ ଖେଚଡି ତାଙ୍କୁ ବୋଧେ ଭଲ ଲାଗୁନି । ଏଣୁ ସେମାନେ ନିଜେ ତିଆରିକରି ଆଣୁଥିବା ମାୟାବତୀ କହିଛନ୍ତି ।
ଗତ ବିଧାନସଭା ନିର୍ବାଚନରେ ବସପାର ଭୋଟ ପ୍ରତିଶତ ବିଜେପି ଠାରୁ ଅଧିକ ଥିଲା । କିନ୍ତୁ ବ୍ରାହ୍ମଣ ସମାଜର ସମର୍ଥନ ଯୋଗୁ ବିଜେପି ସରକାର ଗଢିଛି । ହେଲେ ବ୍ରାହ୍ମଣଙ୍କ ଲାଗି ବିଜେପିର ପୂର୍ବରୁ କୌଣସି କାର୍ଯ୍ୟକ୍ରମ ନଥିଲା କି ଏବେବି ମଧ୍ୟ ନାହିଁ । ଏହା ଏବେ ବ୍ରାହ୍ମଣମାନେ ଜାଣି ଗଲେଣି । ଏଣୁ ଆଗକୁ ହୁଏତ ବ୍ରାହ୍ମଣ ସମାଜ ପୁନରାବୃତ୍ତି ନ କରିପାରନ୍ତି ବୋଲି ମାୟାବତୀ ଆଶାବ୍ୟକ୍ତ କହିଛନ୍ତି । ରାଜ୍ୟରେ ବ୍ରାହ୍ମଣଙ୍କ ସହ ବିଜେପି କିପରି ଆଚରଣ କରୁଛି ମୁଁ ସ୍ପଷ୍ଟ ଅନୁଭବ କରୁଛି । ଏଣୁ ସମାଜ ଆଗାମୀ ନିର୍ବାଚନରେ ସେମାନଙ୍କୁ ବିଶ୍ୱାସକୁ ନେବେ ନାହିଁ ବୋଲି ମୋର ସମ୍ପୂର୍ଣ୍ଣ ଭରସା ଅଛି ବୋଲି ମାୟାବତୀ କହିଛନ୍ତି । ରାଜ୍ୟର ବ୍ରାହ୍ମଣ ଭୋଟ ବ୍ୟାଙ୍କ ଲାଗି ବିଜେପି ତାର ରଣକୌଶଳ ଚଳାଇଛି । ତେବେ କେବଳ ବସପା ସରକାରରେ ବ୍ରାହ୍ମଣଙ୍କ ସ୍ୱାର୍ଥ ସୁରକ୍ଷିତ ବୋଲି ମାୟାବତୀ କହିଛନ୍ତି । ଏଣୁ ଜୁଲାଇ ୨୩ରେ ବସପା ଜାତୀୟ ସାଧାରଣ ସମ୍ପାଦକ ସତୀଶ ଚନ୍ଦ୍ର ମିଶ୍ର ଅଯୋଧ୍ୟାରେ ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଥିବା ସୂଚିତ କରିଛନ୍ତି । ୨୦୦୭ ନିର୍ବାଚନରେ ବ୍ରାହ୍ମଣ ବସପା ସମର୍ଥନରେ ଆସିଥିଲେ ଓ ସରକାର ଗଢିଥିଲେ । ହେଲେ ଦଳିତଙ୍କ ପରି ବ୍ରାହ୍ମଣ ନିଜ ନୀତିରେ ଦୃଢ ହୋଇ ପାରିଲେନି । ଏଣୁ ବିଜେପିକୁ ସମର୍ଥନ କରି ଫଶିଗଲେ ବୋଲି ମାୟାବତୀ କହିଛନ୍ତି ।

Leave A Reply

Your email address will not be published.