ବ୍ରିସବେନରେ ହେବ ୨୦୩୨ ଅଲିମ୍ପିକ୍ସ

0

ବ୍ରିସବେନ୍‌ : ଅଷ୍ଟ୍ରେଲିଆ ସହର ବ୍ରିସବେନରେ ଆଗାମୀ ୨୦୨୩ ଅଲିମ୍ପିକ ଅନୁଷ୍ଠିତ ହେବା ନେଇ ଅଧିକାରିକ ଘୋଷଣା କରିଛନ୍ତି । ୨୦୩୨ ଗ୍ରୀଷ୍ମ ଅଲିମ୍ପିକ ଆୟୋଜନ ନିମନ୍ତେ ଆଇଓସିଙ୍କ୧୩୮ତମ ଅଧିବେଶନରେ ଅଷ୍ଟ୍ରିଲିଆ ଚୂଡ଼ାନ୍ତ ହୋଇଛି । ଏହା ପୂର୍ବରୁ ଆଇଓସି ପ୍ୟାରିସ୍‌କୁ ୨୦୨୪ ଓ ଲସଏଞ୍ଜେଲସକୁ ୨୦୨୮ ଅଲିମ୍ପିକ ଆୟୋଜନ ଲାଗି ୨୦୧୭ ମସିହାରେ ମନୋନୀତ କରିଥିଲେ । ଗତ ଫେବୃଆରୀ ମାସରେ ୨୦୩୨ ଅଲିମ୍ପିକ ଆୟୋଜନ ଲାଗି ବ୍ରିସବେନ୍‌ ହିଁ ପସନ୍ଦର ସହର ବୋଲି କହିଥିଲେ । ତେବେ କତାର ଏଥିପାଇଁ ଆଗ୍ରହ ପ୍ରକାଶ କରିଥିଲା । ହେଲେ ଗତ ଜୁନ ୧୦ ତାରିଖରେ ଆଇଓସିଙ୍କ ଏକଜ୍ୟୁକୁଟିଭ ବୋର୍ଡ ବ୍ରିସବେନକୁ ମଞ୍ଜୁର କରିଥିଲେ । ଯାହାର ଏବେ ଆନୁଷ୍ଠାନିକ ଘୋଷଣା ହୋଇଛି । ତେବେ କୋଭିଡ-୧୯ ଯୋଗୁ ଅଟକି ରହିଥିବା ଟୋକିଓ ଅଲିମ୍ପିକ ଉଦଘାଟନ ଜୁଲାଇ ୨୩ ତାରିଖରେ ହେବ । ଅଗଷ୍ଟ ୮ତାରିଖରେ କ୍ରିଡାର ମହାକୁମ୍ଭ ଉଦଯାପିତ ହେବ । ଚଳିତ ଅଲିମ୍ପିକରେ ଭାରତ ପକ୍ଷରୁ ୧୨୭ଜଣ ଖେଳାଳି ଭାଗ ନେଉଛନ୍ତି । ଏଥିରୁ ଭାରତ ଲାଗି ଅଧିକ ପଦକ ଆଶା କରାଯାଉଛି ।

Leave A Reply

Your email address will not be published.