୨-ଡିଜି କୋଭିଡ ଔଷଧ ବଜାରକୁ ଆସିଲା

0

ଭାରତୀୟ ବଜାରରେ ଡଃ ରେଡିଜ ଲ୍ୟାବ୍‌ ଓ ଡିଆରଡିଓର ମିଳିତ ଉଦ୍ୟମରେ ପ୍ରସ୍ତୁତ କୋଭିଡ ଔଷଧ ୨-ଡିଜି ମାର୍କେଟକୁ ବିକ୍ରି ପାଇଁ ଉପଲବ୍ଧ ହୋଇଛି । ତେବେ ପ୍ରଥମ କିଛି ସପ୍ତାହ ପର୍ଯ୍ୟନ୍ତ ଏହି ଔଷଧ ମେଟ୍ରୋ ଓ ଟାୟାର-୧ ସହରର ହସ୍ପିଟାଲଗୁଡିକରେ ମିଳିପାରିବ ବୋଲି କୁହାଯାଇଛି । ପରବର୍ତ୍ତୀ ସମୟରେ ଏହା ଦେଶର ଅନ୍ୟାନ୍ୟ ସ୍ଥାନରେ ମିଳିପାରିବ ବୋଲି ଡଃ ରେଡିଜ ଲ୍ୟାବ ପକ୍ଷରୁ କୁହାଯାଇଛି । କୋଭିଡ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏହି ଔଷଧ ଫଳପ୍ରଦ ପ୍ରମାଣିତ ହୋଇସାରିଥିବାବେଳେ ଏହା ରୋଗୀଙ୍କ ଶରୀରରେ ଅମ୍ଳଜାନ ଆବଶ୍ୟକତାକୁ ଦୂର କରିଥାଏ । ଡାକ୍ତରଙ୍କ ପ୍ରେସ୍କ୍ରିପସନ ଅନୁଯାୟୀ ପାଉଚରେ ପ୍ୟାକିଂ ହୋଇଥିବା ଏହି ଔଷଧ ରୋଗୀଙ୍କୁ ଖାଇବାକୁ ଦିଆଯିବ । ଏହାର ମୂଲ୍ୟ ୯୯୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

Leave A Reply

Your email address will not be published.

four + twenty =