୧୮ ମାସର ଶିଶୁ ପାଇଁ ୧୮ କୋଟି ସହାୟତା

0

କନ୍ନୁର : ଲକ୍ଷେ କି ଦୁଇ ଲକ୍ଷ ନୁହେଁ ବରଂ ୧୮ କୋଟି ଟଙ୍କାର କ୍ରାଉଡ ଫଣ୍ଡିଂ ତାହା ପୁଣି ମାତ୍ର ୭ ଦିନରେ । ସୂଚନା ଅୁନଯାୟୀ, କେରଳ କନ୍ନୁର ଅଞ୍ଚଳର ମତ୍ତୁଲ ନିବାସୀ ପିକେ ରଫିକ ଏବଂ ମାରିୟୁମ୍ମାଙ୍କ ୧୮ ମାସର ପୁଅ ମହମ୍ମଦ, ମେରୁଦଣ୍ଡ ମାଂସପେଶୀ ଆଟ୍ରୋଫି ନାମକ ଏକ ବିରଳ ଜେନେଟିକ ରୋଗରେ ଆକ୍ରାନ୍ତ । ଏହି ରୋଗର ଚିକିତ୍ସା ପାଇଁ ବହୁତ ଟଙ୍କା ଦରକାର ଥିବା ଡାକ୍ତର କହିଥିଲେ । କାରଣ ଚିକିତ୍ସା ପାଇଁ ଜୋଲଗେନ୍ସମା ନାମକ ଔଷଧ ଆବଶ୍ୟକ । ଯାହାକି ଦାମୀ ଔଷଧ ଲାଗି ଏତେ ଟଙ୍କା ଯୋଗାଡ କରିବାକୁ ଅସମର୍ଥ ଥିଲେ । ଶିଶୁଟିକୁ ସୁସ୍ଥ କରିବା ପାଇଁ ସ୍ଥାନୀୟ ବିଧାୟକ ଏମ ଭିଜିନ୍‌ ଆଗେଇ ଆସିଥିଲେ । ମହମ୍ମଦର ଚିକିତ୍ସା ପାଇଁ କ୍ରାଉଡ ଫଣ୍ଡିଂ ଜରିଆରେ କିଛି କିଛି ସାହାଯ୍ୟ କରିବା ପାଇଁ ଜନସାଧରଣଙ୍କୁ ଅପିଲ କରିଥିଲେ ବିଧାୟକ । ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟରେ ମୋଟ ୧୮ କୋଟି ଟଙ୍କା ଜମାହେଲାଣି । ତେବେ ଚିକିତ୍ସା ପାଇଁ ଆବଶ୍ୟକ ଟଙ୍କା ଯୋଗାଡ ହୋଇସାରିଥିବାରୁ ଜନସାଧାରଣଙ୍କୁ ଆଉ ଦାନ ନକରିବାକୁ ଆବେଦନ କରିଛନ୍ତି ବିଧାୟକ ।

Leave A Reply

Your email address will not be published.

1 × 3 =