୧୬୩ କୋଟିର ଡ୍ରଗ୍ସରେ ନିଆଁ ଲଗାଇଲେ ମୁଖ୍ୟମନ୍ତ୍ରୀ

0

ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚାରୋଟି ଅଲଗା ଅଲଗା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ରାଜ୍ୟରେ ଚାଲିଥିବା ନିଶା କାରବାର ବିରୋଧରେ ଜୋରଦାର ଧରପଗଡ ଚାଲିଛି । ଏଇ କିଛି ଦିନରେ ୧୬୩ କୋଟି ଟଙ୍କାର ଡ୍ରଗ୍ସ ରାଜ୍ୟରେ ଜବତ ହୋଇଛି । ଅବାଧ କାରବାର ବିରୋଧରେ ରାଜ୍ୟର ବିଜେପି ସରକାର ବଡ ଧରଣର ଅଭିଯାନ ଚଳାଇଛି । ମୁଖ୍ୟମନ୍ତ୍ରୀ ୧୬୩ କୋଟି ଟଙ୍କାର ସମସ୍ତ ଜବତ ହିରୋଇନ, ଭାଙ୍ଗ, ଅଫିମ, ମାଦକ ଦ୍ରବ୍ୟ, ସାଇକୋଟ୍ରୋପିକ ଗୋଲି, କ୍ରିଷ୍ଟଲ ମେଥାମଫେଟାମାଇନ ଆଦି ନିଶା ସାମଗ୍ରୀ ନିଆଁ ଲଗାଇ ଜଳାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଯଦି ଜବତ ନିଶା ସାମଗ୍ରୀର ମାତ୍ରା କେବଳ ୧୦ ପ୍ରତିଶତ, ତେବେ ଆସାମରେ ପୂରା ଅବୈଧ ଡ୍ରଗ୍ସର କାରବାର ବାର୍ଷିକ ୫୦୦୦ କୋଟି ଟଙ୍କାର ହେବ ।

Leave A Reply

Your email address will not be published.

15 + 17 =