୧୫ରୁ ଧାନ ସଂଗ୍ରହ ପାଇଁ ପଞ୍ଜିକରଣ ଆରମ୍ଭ

0

ଓଡ଼ିଶାଫାଷ୍ଟ (ବ୍ୟୁରୋ): ଆସନ୍ତା ଜୁଲାଇ ୧୫ରୁ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ ଆରମ୍ଭ ହେବ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପଞ୍ଜିକରଣ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ । ପୂର୍ବ ପଞ୍ଜିକରଣ ନବୀକରଣ ହେବନାହିଁ । ଚାଷୀମାନଙ୍କୁ ସେମାନଙ୍କର ଜମିଜମା, ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ, ମୋବାଇଲ ନମ୍ବର ଆଦି ସମସ୍ତ ତଥ୍ୟ ଦାଖଲ କରିବାକୁ ପଡିବ । ଯେଉଁ ଚାଷୀମାନେ ଚଳିତ ଖରିଫରେ ସେମାନଙ୍କର ବଳକା ଧାନ ବିକ୍ରି କରିବାକୁ ଚାହୁଁଛନ୍ତି, ସେମାନଙ୍କୁ ନିକଟବର୍ତ୍ତି ସୋସାଇଟିରେ ନାମ ପଞ୍ଜିକରଣ କରିବାକୁ ପଡ଼ିବ । କାରଣ ସୋସାଇଟିରେ ଧାନ ବିକ୍ରି କରିବା ପାଇଁ ପୂର୍ବରୁ ନାମ ପଞ୍ଜିକରଣ କରିବା ବାଧ୍ୟତା ମୁଳକ କରାଯାଇଛି । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିସ୍ତୁତ ମାର୍ଗଦର୍ଶିକା ଜାରି କରାଯାଇ ସମସ୍ତ ଜିଲ୍ଲାପାଳ ମାନଙ୍କୁ ପଠାଯାଇଛ । ସମସ୍ତ ୩୦ଟି ଯାକ ଜିଲ୍ଲାରେ ଚାଷୀ ପଞ୍ଜିକରଣ କରିପାରିବେ । ଏଥିପାଇଁ ହେଲ୍ପ ଡେସ୍କ ସୁବିଧା ରହିବ । ଏନେଇ ଆପତ୍ତି ଆସିଲେ ତୁରନ୍ତ ଶୁଣାଣି କରାଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ଏଥିସହ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି । ତେବେ ପଞ୍ଜିକରଣ ପାଇଁ ଚାଷୀଙ୍କୁ ବିନାମୁଲ୍ୟରେ ଫର୍ମ ଯୋଗାଇ ଦିଆଯିବ ।

Leave A Reply

Your email address will not be published.

1 × two =