ଜୁନ୍‌ ୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ

0

ବେଙ୍ଗାଲୁରୁ: ଜୁନ୍‌୨୧ ଯାଏ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ ହୋଇଛି । ବେଙ୍ଗାଲୁରୁ ସିଟି ପୁଲିସ କମିଶନର ତଥା ଅତିରିକ୍ତ ଜିଲ୍ଲା ମାଜିଷ୍‌ଟ୍ରେଟ ଏ ନେଇ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏହା ଜୁନ୍‌ ୨୧ ମଧ୍ୟରାତ୍ର ପର୍ୟ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ଲକ୍‌?ଡାଉନ ବଢାଇବା ସହିତ ବେଙ୍ଗାଲୁରୁରେ ୧୪୪ ଧାରା ଲାଗୁ କରିଛନ୍ତି । ସୂଚନା ଅନୁଯାୟୀ ବସ୍‌ ଷ୍ଟାଣ୍ଡ, ରେଳ ଷ୍ଟେସନ୍‌ ଏବଂ ବିମାନବନ୍ଦର ବ୍ୟତୀତ ସର୍ବସାଧାରଣ ସ୍ଥାନରେ କୌଣସି ସାଧାରଣ ସମାବେଶକୁ ଅନୁମତି ଦିଆଯିବ ନାହିଁ । ବେଙ୍ଗାଲୁରୁରେ ସୋମବାର ୧୪୭୦ ଟି ନୂଆ ମାମଲା ରେକର୍ଡ ହୋଇଥିବା ବେଳେ କରୋନାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

fourteen + 15 =