ରାଜ୍ୟରେ କରୋନା ନେଲା ଆଉ ୧୩ ଜୀବନ

0

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ଏଥିରେ ଆଉ ୧୩ ଜଣଙ୍କ ଜୀବନ ଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୨ରେ ପହଞ୍ଚି ଯାଇଛି।

ଏହି ୧୩ ଜଣଙ୍କ ମଧ୍ୟରୁ ସବୁଠୁ ଅଧିକ ଅଛନ୍ତି ଗଞ୍ଜାମ ଜିଲ୍ଲାରେ। ଏଠାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୧ରେ ପହଞ୍ଚି ଯାଇଛି।
ଗଞ୍ଜାମର ୬ ମୃତକଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ତାଙ୍କୁ ୬୦ ବର୍ଷ ହୋଇଥିଲା। ସେହିପରି ଅନ୍ୟ ମୃତକମାନଙ୍କୁ ଯଥାକ୍ରମେ ୬୫, ୪୦, ୬୬, ୩୭ ଓ ୫୦ ବର୍ଷ ହୋଇଥିଲା। ୬୫ ବର୍ଷୀୟ ବୃଦ୍ଧଙ୍କର ଡାଇବେଟିସ୍ ସହିତ ଉଚ୍ଚ ରକ୍ତଚାପ ସମସ୍ୟା ଥିଲା। ସେହିପରି ୪୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ମଧ୍ୟ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ୩୭ ବର୍ଷୀୟ ଯୁବକ ଜଣଙ୍କ ଉଚ୍ଚ ରକ୍ତଚାପରେ ଓ ୫୦ ବର୍ଷୀୟ ବ୍ୟକ୍ତି ଜଣଙ୍କ ଡାଇବେଟିସ୍‌ରେ ପୀଡ଼ିତ ଥିଲେ। ସେହିଭଳି ଖୋର୍ଦ୍ଧା ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କରୋପୁଟ ଜିଲ୍ଲାରେ ପ୍ରଥମ ଥର ପାଇଁ କରୋନାରେ ୨ ଜଣଙ୍କ ଜୀବନ ଯାଇଛି। ଏହା ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୫ରେ ପହଞ୍ଚିଯାଇଛି।

Leave A Reply

Your email address will not be published.

1 × two =