ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା ଆକ୍ରାନ୍ତ

0

ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା  ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୬୯ରେ ପହଞ୍ଚି ଯାଇଛି।

୧୩ ମୃତକଙ୍କ ମଧ୍ୟରେ ପୁରୀରୁ ୩ ଜଣ ଚିହ୍ନଟ ହୋଇଥିବା ଗଞ୍ଜାମ, ମୟୂରଭଞ୍ଜ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ କଟକ, କନ୍ଧମାଳ, ଖୋର୍ଦ୍ଧା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଅଛନ୍ତି। ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧,୩୧,୩୮୨ରେ ପହଞ୍ଚିଥିବା ବେଳେ ୯୯,୩୯୮ ସୁସ୍ଥ ହୋଇସାରିଛନ୍ତି। ୩୧,୩୬୨ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.