ରାଜ୍ୟରେ କରୋନାରେ ଆଖି ବୁଜିଲେ ୧୩ ଆକ୍ରାନ୍ତ

0

ରାଜ୍ୟରେ ଆଖି ବୁଜିଲେ ଆଉ ୧୩ କରୋନା  ଆକ୍ରାନ୍ତ । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୧ରେ ପହଞ୍ଚି ଯାଇଛି।ଏହି ୧୩ ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ସେହିପରି କଟକ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ ଥିବା ବେଳେ କେନ୍ଦୁଝର, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଗଞ୍ଜାମରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୩ରେ ପହଞ୍ଚିଥିବା ବେଳେ ଖୋର୍ଦ୍ଧାରେ ୫୬, ସୁନ୍ଦରଗଡ଼ରେ ୩୩, କଟକରେ ୨୮, ପୁରୀରେ ୧୧, ସମ୍ବଲପୁରରେ ୧୧ ଓ କେନ୍ଦୁଝରରେ ୬ରେ ପହଞ୍ଚିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ପାର କରିଯାଇଛି।

Leave A Reply

Your email address will not be published.

thirteen + fourteen =