ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଲେ

0
ରାଜ୍ୟରେ ଆଉ ୧୧ କରୋନା ଆକ୍ରାନ୍ତ ଆଖି ବୁଜିଲେ। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୫୦୩ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୧୧ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ପୁରୀ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିପରି କଟକ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୭ରେ ପହଞ୍ଚିଥିବା ବେଳେ ପୁରୀରେ ୧୫ ଓ ମୟୂରଭଞ୍ଜରେ ୫ରେ ପହଞ୍ଚିଯାଇଛି। ସେହିପରି ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ୧୯୧ରେ ପହଞ୍ଚିଥିବା ବେଳେ କଟକରେ ୩୨, ଜଗତସିଂହପୁରରେ ୫, କନ୍ଧମାଳରେ ୧୧ ଓ ରାୟଗଡ଼ାରେ ୨୫ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬,୫୬୧ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୭୭,୨୮୬ ସୁସ୍ଥ ହୋଇସାରିଲେଣି। ୨୮,୭୧୯ ଜଣ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.

4 × one =