ରାଜ୍ୟରେ କରୋନାରେ ଆଉ ୧୧ ଜଣଙ୍କ ମୃତ୍ୟୁ, କଟକରେ ସର୍ବାଧିକ

0
କରୋନାରେ ରାଜ୍ୟରେ ଆଉ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୩୭ରେ ପହଞ୍ଚିଯାଇଛି। ଏହି ୧୧ ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ ୪ ଜଣ ଅଛନ୍ତି। ଏହା ସହିତ କଟକରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୧ରେ ପହଞ୍ଚିଯାଇଛି। ସେହିପରି ବଲାଙ୍ଗିର ଓ ଖୋର୍ଦ୍ଧାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କନ୍ଧମାଳ, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁଙ୍କ ଜୀବନ ଯାଇଛି। ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା ୯୪ରେ ପହଞ୍ଚିଥିବା ବେଳେ ବଲାଙ୍ଗିରରେ ୧୨, ମୟୂରଭଞ୍ଜରେ ୧୧, ନୟାଗଡ଼ରେ ୧୭ ଓ କନ୍ଧମାଳରେ ୧୬ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୧୮,୬୪୨ ସୁସ୍ଥ ହୋଇସାରିଛନ୍ତି। ୩୫,୬୭୩ ଚିକିତ୍ସାଧୀନ ଅଛନ୍ତି।

Leave A Reply

Your email address will not be published.

one + twelve =