ବାପାଙ୍କୁ ଗୁଳି ମାରି ହତ୍ୟା କଲା ପୁଅ, ମାଆ ଦେଲା ଏଫ୍‌ଆଇଆର୍

0

ଉତ୍ତରପ୍ରଦେଶର କାଦିପୁର ଥାନା ଅଧୀନ ସୁଲ୍‌ତାନ୍‌ପୁର ଅଞ୍ଚଳରେ ତିନି ଜଣ ବନ୍ଧୁଙ୍କ ସହାୟତରେ ଜଣେ ୧୦ମ ଶ୍ରେଣୀ ପିଲା ତା’ର ସାବତ ବାପାଙ୍କୁ ଗୁଳି ମାରି ହତ୍ୟା କରିଛି।

ଅଭିଯୁକ୍ତ ବାଳକର ମାଆ ତା’ ବିରୋଧରେ ବୁଧବାର ସକାଳେ ଏଫ୍‌ଆଇଆର୍ ଫାଇଲ୍ କରିଛନ୍ତି। ଚାରି ଅଭିଯୁକ୍ତ ଏବେ ଫେରାର ହୋଇଯାଇଛନ୍ତି।

ପୁଲିସ କହିବା ଅନୁସାରେ, ମୃତ ୪୦ ବର୍ଷିୟ ବ୍ୟକ୍ତିଜଣକ କାଦିପୁର ଅନ୍ତର୍ଗତ ବାକ୍ସପୁର ମିଥନେପୁର ବାସିନ୍ଦା। ସେ ଗୁଳି ‌ଚୋଟ ଖାଇଥିଲେ ଏବଂ ତାଙ୍କ ମୁଣ୍ଡରେ କୌଣସି ଧାରୁଆ ଅସ୍ତ୍ରର ଆଘାତ ଲାଗିଥିଲା।

୨୦୧୯ରେ ସେ ଚତୁରପୁର ଗାଁର ଜଣେ ବିଧବାଙ୍କୁ ଅଦାଲତରେ ବିବାହ କରିଥିଲେ। ଅଳ୍ପ ଦିନ ତଳେ ସେ ବିଧବାଙ୍କର ସ୍ବାମୀ ମରିଯାଇଥିଲେ ଏବଂ ତାଙ୍କର ଗୋଟିଏ ୧୫ ବର୍ଷିୟ ପୁଅ ଥିଲା। ବିଧବାଙ୍କର ପ୍ରଥମ ବିବାହରୁ ଜାତ ସେ ବାଳକଟି ୧୦ମ ଶ୍ରେଣୀରେ ପଢ଼େ।

Leave A Reply

Your email address will not be published.

4 × 2 =