ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା

0

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୯ ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୪ ଜଣ ଥିବା ବେଳେ ଖୋର୍ଦ୍ଧାରେ ୨, ନୟାଗଡ଼, ରାୟଗଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରୁ ଜଣେ ଲେଖା ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି। ସମ୍ବଲପୁର ଜିଲ୍ଲାରେ ଏହା ପ୍ରଥମ କରୋନା ମୃତ୍ୟୁ ବୋଲି ଜଣାଯାଇଛି। ଗଞ୍ଜାମରେ ସମୁଦାୟ ୯୦ ଜଣ କରୋନାରେ ଆଖି ବୁଜି ସାରିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ଏହି ସଂଖ୍ୟା ୨୧ରେ ପହଞ୍ଚିଲାଣି। ଏହାବ୍ୟତୀତ ସୁନ୍ଦରଗଡ଼, ରାୟଗଡ଼ା ଜିଲ୍ଲାରେ ୭ ଜଣ ଲେଖା , ନୟାଗଡ଼ରେ ୨, ସମ୍ବଲପୁରରେ ଜଣେ କରୋନାରେ ଆଖି ବୁଜିଛନ୍ତି। କଟକ ଜିଲ୍ଲାରେ ୧୧, ଭଦ୍ରକ, ଅନୁଗୁଳ ଜିଲ୍ଲାରେ ୨ ଜଣ ଲେଖା, ବାଲେଶ୍ୱରରେ ୩, ବରଗଡ଼ରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି।

Leave A Reply

Your email address will not be published.