ରାଜ୍ୟରେ କରୋନା ନେଲା ଆଉ ୧୦ ଜୀବନ

0
ରାଜ୍ୟରେ କରୋନାରେ ଆଉ ୧୦ ଜଣଙ୍କ ଜୀବନ ଗଲା। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୯୨ରେ ପହଞ୍ଚି ଯାଇଛି। ଏହି ୧୦ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଲାର ୩ ଜଣ ଲେଖାଏଁ ଥିବା ବେଳେ ଗଞ୍ଜାମ, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ଅଛନ୍ତି। ଏହା ସହିତ ଖୋର୍ଦ୍ଧା ଓ କନ୍ଧମାଳରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୬୫ ଓ ୧୦ରେ ପହଞ୍ଚିଥିବା ବେଳେ ଗଞ୍ଜାମରେ ୧୯୦ ହୋଇଛି। ସେହିପରି ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩, ୨୪ ଓ ୩୬ରେ ପହଞ୍ଚି ଯାଇଛି।

Leave A Reply

Your email address will not be published.

five × five =