ରାଜ୍ୟରେ ଆଖି ବୁଜିଲେ ଆଉ ୧୦ କରୋନା ଆକ୍ରାନ୍ତ

0

ରାଜ୍ୟରେ ଆଖି ବୁଜିଲେ ଆଉ ୧୦ କରୋନା  ଆକ୍ରାନ୍ତ ।  ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା  ୪୧୯ରେ ପହଞ୍ଚି ଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ୧୦ ମୃତକଙ୍କ ମଧ୍ୟରୁ ଗଞ୍ଜାମରୁ ସର୍ବାଧିକ ୫ ଜଣ ଅଛନ୍ତି। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୯ରେ ପହଞ୍ଚିଯାଇଛି। ସେହିପରି ସୁନ୍ଦରଗଡ଼ରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ, ନୟାଗଡ଼ ଓ ରାୟଗଡ଼ାରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଥିବା ବେଳେ କଟକରେ ୨୫, ନୟାଗଡ଼ରେ ୧୨ ଓ ରାୟଗଡ଼ାରେ ୨୧ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୧,୪୭୯ରେ ପହଞ୍ଚିଥିବା ବେଳେ ୫୪,୪୦୫ ଜଣ ସୁସ୍ଥ ହୋଇସାରିଛନ୍ତି। ବାକି ୨୬,୬୦୨ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ଅନ୍ୟାନ୍ୟ କାରଣରୁ ୫୩ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.