ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

0

ରାଜ୍ୟରେ ଆଉ ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୧୬୩ରେ ପହଞ୍ଚିଥିବା ବେଳେ ୨୮୫୪ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୨୯୫ ଜଣ ଚିକିତ୍ସାଧୀନ ଅଛନ୍ତି।ଏହି ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୩ଟି ହେଉଛି ଲୋକାଲ୍ କେସ୍।  ନୂଆ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରୁ ସର୍ବାଧିକ ୨୧ ଜଣ ଅଛନ୍ତି। ସେହିପରି କେନ୍ଦୁଝର ଜିଲ୍ଲାରୁ ୫ ଜଣ ଥିବା ବେଳେ ଖୋର୍ଦ୍ଧାରୁ ୭, କେନ୍ଦ୍ରାପଡ଼ାରୁ ୯, ବାଲେଶ୍ୱରରୁ ୪, ଜଗତସିଂହପୁରରୁ ୯, ଗଞ୍ଜାମରୁ ୮. ପୁରୀରୁ ୧୫, ଗଜପତିରୁ ୭ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ, କଟକ, କଳାହାଣ୍ଡି, ବରଗଡ଼ ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ସେହିପରି ଅମ୍ଫାନ ଡ୍ୟୁଟି ସାରି ପଶ୍ଚିମ ବଙ୍ଗରୁ ଫେରିଥିବା ଆଉ ୧୬ ଅଗ୍ନିଶମ କର୍ମଚାରୀ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

four × four =