୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ସହ ମିଶ୍ରଣ

0

ଭୁବନେଶ୍ୱର : ଏଣିକି ୧୦୮କୁ କଲ କଲେ ମିଳିବ ୧୦୮ ଜନନୀ ଏକ୍ସପ୍ରେସ ସେବା । ଗର୍ଭବତୀ ଓ ନବଜାତକ ଶିଶୁଙ୍କୁ ବୋ ଯୋଗାଉଥିବା ୧୦୨ ଜନନୀ ଏକ୍ସପ୍ରେସ ସେବାକୁ ୧୦୮ରେ ମିଶ୍ରଣ କରାଯାଇଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ସହଭାଗିତାରେ ପ୍ରଚଳିତ ୧୦୮ ଆମ୍ବୁଲାନ୍ସ ସେବା ଏବେ ଗର୍ଭବତୀଙ୍କ ସହ ସମସ୍ତ ପ୍ରକାର ରୋଗୀଙ୍କୁ ନିକଟସ୍ଥ ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବ । ପୂର୍ବରୁ ଗର୍ଭବତୀ ଏବଂ ନବଜାତ ଶିଶୁଙ୍କ ପାଇଁ ଉପଲବ୍ଧ ଥିବା ୧୦୨ ଆମ୍ବୁଲାନ୍ସ ସେବାକୁ ୧୦୮ ନମ୍ବର ସହ ମିଶ୍ରଣ କରାଯାଇଛି । ଏହା ଦ୍ୱାରା ରାଜ୍ୟରେ ପ୍ରତ୍ୟେକ ଗର୍ଭବତୀ ଏବଂ ଛୋଟ ଶିଶୁଙ୍କର ଆମ୍ବୁଲାନ୍ସ ଆବଶ୍ୟକତା ପାଇଁ କେବଳ ମାଗଣା ୧୦୮ ନମ୍ବରକୁ ହିଁ କଲ କରିବାକୁ ହେବ । ଏ ସମ୍ପର୍କରେ ସୂଚନା ଦେଇ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ପ୍ରକଳ୍ପ ମୁଖ୍ୟ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, ସରକାରଙ୍କ ଦ୍ୱାରା ଆମ୍ବୁଲାନ୍ସ ସେବା ପାଇଁ ଏକକ ୧୦୮ ନମ୍ବର କରାଯିବା ଅତି ଉତ୍ତମ ପଦକ୍ଷେପ । ଏହାଦ୍ୱାରା ଗର୍ଭବତୀଙ୍କଠାରୁ ନେଇ ବିଭିନ୍ନ ରୋଗୀ ନିକଟସ୍ଥ ସରକାରୀ ହସ୍ପିଟାଲକୁ ଯିବାକୁ ହେଲେ କେବଳ ୧୦୮ ନମ୍ବରକୁ ହିଁ କଲ କରିବେ ।

Leave A Reply

Your email address will not be published.

thirteen + 16 =