୧୦ଟି ନର୍ସିଂ ସ୍କୁଲ ସ୍ଥାପନ ହେବ ୧୦ ଜିଲ୍ଲାରେ

0

ରାଜ୍ୟର ୧୦ଟି ଜିଲ୍ଲାରେ ୧୦ଟି ନର୍ସିଂ ସ୍କୁଲ ସ୍ଥାପନ ହେବ । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ମୟୂରଭଞ୍ଜ, ବଲାଙ୍ଗିର, କୋରାପୁଟ, ବାଲେଶ୍ୱର, ଝାରସୁଗୁଡ଼ା, ପୁରୀ, ସୁନ୍ଦରଗଡ଼, ଅନୁଗୁଳ, କେନ୍ଦୁଝର ଓ ଯାଜପୁର ଜିଲ୍ଲାରେ ଏହି ନର୍ସିଂ ସ୍କୁଲ ସ୍ଥାପନ ହେବ । ପ୍ରତ୍ୟେକ ସ୍କୁଲରେ ୬୦ ଲେଖାଏଁ ମୋଟ୍‌ ୬୦୦ ସିଟ୍‌ ରହିବ । ରାଜ୍ୟରେ ସ୍ୱାସ୍ଥ୍ୟସେବାର ଭିତ୍ତିଭୂମିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ଏହି ସ୍କୁଲଗୁଡ଼ିକୁ ସ୍ଥାପନ କରାଯିବ । ସେହିପରି ଝାରସୁଗୁଡ଼ା ଜିଲ୍ଲାରେ ନିର୍ମାଣ ହେଉଥିବା ହାର୍ଟ ହସ୍ପିଟାଲ ମଧ୍ୟ ଚଳିତ ବର୍ଷ କାର୍ଯ୍ୟକ୍ଷମ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏହାସହ କରୋନା ମହାମାରୀର ତୃତୀୟ ଲହରୀର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତର, ନର୍ସ, ମେଡିକାଲ ଷ୍ଟାଫଙ୍କୁ ଟ୍ରେନିଂ ଦିଆଯାଇଛି । ସମସ୍ତ ପ୍ରକାର ଭିତ୍ତିଭୂମି ପ୍ରସ୍ତୁତ ରଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଓଡ଼ିଶା ଜିତିବ ଏବଂ କରୋନା ହାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

Leave A Reply

Your email address will not be published.

ten + twelve =