ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଲେ ୩ ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ଅଧୀକ୍ଷକ

0

ଲାଞ୍ଚ ନେବା ବେଳେ ସିବିଆଇ ହାତରେ ଧରାପଡ଼ିଛନ୍ତି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ୩ ଅଧୀକ୍ଷକ। ସିବିଆଇ ପକ୍ଷରୁ ଜାରି ସୂଚନା ଅନୁସାରେ ଜିଏସଟିରେ ଜାଲିଆତି ପାଇଁ ରାଜଧାନୀ ଭୁବନେଶ୍ବରର ଏକ ହୋଟେଲରେ ଲାଞ୍ଚ ଦିଆନିଆ ଚାଲିଥିବା ବେଳେ ସେମାନଙ୍କୁ ଗିରଫ କରିଛି ସିବିଆଇ । ଭୁବନେଶ୍ବରର ରାମମନ୍ଦିର ନିକଟରେ ଥିବା ଏକ ହୋଟେଲରୁ ୩ ଜଣଙ୍କୁ ଗିରଫ କରାଯାଇଛି। କର ଠକେଇ ଲାଗି ଜିଏସଟି ଓ କେନ୍ଦ୍ରୀୟ ଅବକାରୀ ବିଭାଗର ବରିଷ୍ଠ ଅଧିକାରୀ ଲାଞ୍ଚ ନେଉଥିଲେ । ଧରାପଡ଼ିଥିବା ୩ ଅଧୀକ୍ଷକ ହେଲେ ଆର୍ତ୍ତଭଞ୍ଜନ କର, ପ୍ରଦୀପ କୁମାର ଆଚାର୍ଯ୍ୟ ଏବଂ ଏନ.ଏନ ସାହୁ। ଏମାନଙ୍କ ବ୍ୟତୀତ ଲାଞ୍ଚ ଦେଉଥିବା ବ୍ୟକ୍ତି ଆଶୁତୋଷ ପାଢ଼ୀଙ୍କୁ ମଧ୍ୟ ଗିରଫ କରାଯାଇଛି।
ସୂଚନା ମୁତାବକ, ଏକ ଘରୋଇ ଶିକ୍ଷାନୁଷ୍ଠାନର ଏକ ଜିଏସଟି ମାମଲାର ରଫାଦଫା କରିବା ପାଇଁ ୧୦ ଲକ୍ଷ ଟଙ୍କା ଲାଞ୍ଚ କାରବାର ହେଉଥିବା ସୂଚନା ସିବିଆଇକୁ ମିଳିଥିଲା। ଏହା ଆଧାରରେ ସିବିଆଇ ଉକ୍ତ ହୋଟେଲକୁ ଯାଇଥିଲା । ଶିକ୍ଷାନୁଷ୍ଠାନର କର୍ମଚାରୀ ଅଧୀକ୍ଷକଙ୍କୁ ଲାଞ୍ଚ ଅର୍ଥ ଦେବା ବେଳେ ଧରିଥିଲା ସିବିଆଇଟିମ୍। ଅଧିକ ତଥ୍ୟ ପାଇଁ ସିବିଆଇ ଗିରଫ ଅଧୀକ୍ଷକଙ୍କୁ ପଚରାଉଚରା ଜାରି ରଖିଛି। ସିବିଆଇର ଏକ ୬ ଜଣିଆ ଟିମ ହୋଟେଲ ପରିସରରେ ତାଙ୍କୁ ଜେରା କରୁଛି । ପୂର୍ବରୁ ଜିଏସଟି ଠକେଇ ଧରିବା ଲାଗି ସିବିଆଇ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଥିଲା । ଏଥିରେ ୫୦ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୧୨୦ କୋଟି ଟଙ୍କାର ଠକେଇ ମାମଲା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.