ରେଡୱାନି କୁଲଗାମରେ ଏନକାଉଣ୍ଟର ଜାରି

0

ଜମ୍ମୁ କାଶ୍ମୀର: ପୁଣି ସୀମାରେ ଗୁଳି ବିନିମୟ । ଜାମ୍ମୁ କାଶ୍ମୀରର ରେଡୱାନିର କୁଲଗାମ ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କୀବାଦଙ୍କ ମଧ୍ୟରେ ଏନକାଉଣ୍ଟର ଆରମ୍ଭ ହୋଇଛି । ଏନେଇ ଜାମ୍ମୁ କାଶ୍ମୀର ପକ୍ଷରୁ ସୂଚନା ମିଳିଛି ।

ପୋଲିସ ଓ ସୁରକ୍ଷାବାହିନୀଙ୍କ ମିଳିତ ଅପରେସନ ଜାରି ରହିଛି । ରେୱାଡି ଅଞ୍ଚଳରେ କିଛି ଆତଙ୍କୀ ଲୁଚି ଥିବା ଖବର ପାଇବା ପରେ ପୋଲିସ ଓ ସେନା ପକ୍ଷରୁ ଏହି ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିବା ଟ୍ବିଟ କରି କହିଛନ୍ତି କାଶ୍ମୀର ଜୋନ ପୋଲିସ ।

ପ୍ରକାଶ ଥାଉ କି ଲଗାତାର ଭାବେ ଆତଙ୍କୀଙ୍କୁ ନିପାତ କରିବାରେ ସଫଳ ହୋଇଛି କାଶ୍ମୀର ପୋଲିସ । ଗତକାଲି ପୁଲୱାମାର ପୁଚାଲା ଅଞ୍ଚଳରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନକାଉଣ୍ଟରରେ ଦୁଇ ଆତଙ୍କୀଙ୍କୁ ନିପାତ କରିଛି କାଶ୍ମୀର ପୋଲିସ । ନିହତ ଦୁଇ ଆତଙ୍କୀବାଦ ଲସ୍କର-ଇ-ତୌଏବା ସଂଘଠନର ବୋଲି ଜଣାପଡିଛି ।

Leave A Reply

Your email address will not be published.

four × 3 =