ଗ୍ରୀନ ଜୋନରେ ଗଡ଼ିବ ବସ !

0

(ବ୍ୟୁରୋ ) ଗ୍ରୀନ ଜୋନରେ ଯାତ୍ରୀବାହୀ ବସ ଚାଲିବା ନେଇ ସମ୍ଭାବନା ଦେଖାଦେଇଛି। ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କହିବା ଅନୁଯାୟୀ, ଗ୍ରୀନ ଜୋନରେ ବସ ଚାଲିବା ନେଇ ଖୁବ ଶୀଘ୍ର ବ୍ୟବସ୍ଥା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫାଇଲ ଯାଇଛି, ଅନୁମୋଦନ ପରେ ଚାଲିବ। ହେଲେ ୫୦% ଯାତ୍ରୀଙ୍କୁ ନେଇ ବସ ଚାଲିଲେ କ୍ଷିତି ସହିବାକୁ ପଡ଼ିବ ବୋଲି ଘରୋଇ ବସ ମାଲିକ ସଂଘ ପକ୍ଷରୁ କୁହାଯାଇଛି। ମାଲିକମାନଙ୍କର ଯେପରି କ୍ଷତି ନ ହେବ ସେଥିପାଇଁ କିଛି ବାଟ ବାହାର କରାଯିବ।

ସୂଚନା ଅନୁଯାୟୀ, ରାଜ୍ୟ ଘରୋଇ ବସ ମାଲିକ ସଂଘ  ଗ୍ରୀନ ଓ ଅରେଞ୍ଜ ଜୋନରେ ବସ ଚଳାଚଳ କରିପାରିବ ନାହିଁ ବୋଲି କହିଥିଲେ । ମାଲିକ ସଂଘ କହିବା ଅନୁଯାୟୀ, ବସ ଚଳାଚଳ ପାଇଁ ଅନୁମତି ମିଲିଥିଲେ ମଧ୍ୟ ଏହା ସମ୍ଭବ ନୁହେଁ।  ଦୁଇଟି ଗ୍ରୀନ ଜୋନ ଜିଲା ମଧ୍ୟରେ ରେଡ୍ ଜୋନ ଜିଲା ଆସୁଛି। ଏଭଳି ସ୍ଥିତିରେ ବସ କିଭଳି ଚାଲିବ ସ୍ପଷ୍ଟ ହୋଇ ନାହିଁ । ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଗୋଇଡ଼ ଲାଇନ ଜାରି କରାଯାଇ ନାହିଁ। ରାଜ୍ୟ ସରକାର ଗାଇଡ଼ ଲାଇନ ପରେ ଆମେ ନିଷ୍ପତ୍ତି ନେବୁ ବୋଲି କହିଥିଲେ। ପରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ସୋମବାର ଆଲୋଚନା ପରେ ପୂର୍ଣ୍ଣ ନିଷ୍ପତ୍ତି ନିଆଯିବ। ଆଲୋଚନାର ନିଷ୍କର୍ସ ଆନୁସାରେ ନିଷ୍ପତି ହେବ

Leave A Reply

Your email address will not be published.

three × 2 =