ଆରୋଗ୍ୟ ହେଲେ ୭୨୮ କରୋନା ଆକ୍ରାନ୍ତ

0

ଆରୋଗ୍ୟ ହେଲେ ୭୨୮ ‘କରୋନା’ ଆକ୍ରାନ୍ତ। ଏମାନଙ୍କୁ ମିଶାଇ ୧୫୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ କରିଛି।

ଆଜି ସୁସ୍ଥ ହୋଇଥିବା ‘କରୋନା’ ଆକ୍ରାନ୍ତଙ୍କ ଭିତରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୯୧ ଜଣ ଅଛନ୍ତି। ସେହିପରି ଖୋର୍ଦ୍ଧାରୁ ୪୯, କଟକରୁ ୪୩, ବାଲେଶ୍ୱରରୁ ୩୩, ଯାଜପୁରରୁ ୩୨, ଗଜପତିରୁ ୨୩, ମୟୂରଭଞ୍ଜରୁ ୧୯, ଅନୁଗୋଳରୁ ୧୮, ଜଗତସିଂହପୁରରୁ ୧୭, ନୟାଗଡ଼ରୁ ୧୭, ସମ୍ୱଲପୁରରୁ ୧୧, ମାଲକାନଗିରିରୁ ୧୦, ବରଗଡ଼ରୁ ୭, ଢେଙ୍କାନାଳରୁ ୭, କେନ୍ଦ୍ରାପଡ଼ାରୁ ୭, ପୁରୀରୁ ୭, ସୁନ୍ଦରଗଡ଼ରୁ ୭, ବଲାଙ୍ଗିରିରୁ ୫, ଝାରସୁଗୁଡ଼ାରୁ ୫, ସୋନପୁରରୁ ୫, ଭଦ୍ରକରୁ ୪, ନବରଙ୍ଗପୁରରୁ ୪, କୋରାପୁଟରୁ ୩, ବୌଦ୍ଧରୁ ୨ ଓ କେନ୍ଦୁଝରରୁ ୨ ଜଣ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ‘କରୋନା’ରେ ୨୪୦୧୩ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୯୨୮ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ୩୩ ଜଣ ‘କରୋନା’ରୁ ଆରୋଗ୍ୟ ହୋଇ ଅନ୍ୟ ରୋଗରେ ପ୍ରାଣ ହରାଇଛନ୍ତି।

Leave A Reply

Your email address will not be published.